Advertisment

ସ୍ଥଳଭାଗ ମୁହାଁ ବାତ୍ୟା, ବାତିଲ୍‌ ହେଲା ୯୫ରୁ ଅଧିକ ଟ୍ରେନ୍

ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।

ଅଦ୍ୟତନ ହୋଇଛି
Train Cancelled Due To Cyclone

Train Cancelled Due To Cyclone

Advertisment

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ୍‌’। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।

Advertisment

ବାତ୍ୟା ମୁକାବିଲା ପାଇଁ  Waltair ରେଲ୍‌ୱେ ଡିଭିଜନ୍ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ୍‌ କରାଯାଇଛି।  ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।

ବାତ୍ୟା ଜୱାଦ୍‌ ଦୃଷ୍ଟିରେ ରଖି କିଛି ଟ୍ରେନ୍‌କୁ ପୂର୍ବତଟ ରେଳପଥ ବାତିଲ୍ କରିଛି। ଆଜି ଓ ଆସନ୍ତାକାଲି ପାଇଁ କିଛି ଟ୍ରେନ୍ ବାତିଲ ହୋଇଛି। ଆଜି ପାଇଁ ୩୬ଟି ଓ ଆସନ୍ତାକାଲି ପାଇଁ ୩୮ଟି ଟ୍ରେନ୍ ବାତିଲ କରାଯାଇଛି। ୬ ତାରିଖରେ ଗୁଣପୁର-ପୁରୀ ଏକ୍ସପ୍ରେସ୍‌ ମଧ୍ୟ ବାତିଲ୍ ହୋଇଥିବା ସୂଚନା ମିଳିଛି।

Advertisment

ରେଳବାଇର ମେଡିକାଲ୍ ରିଲିଫ୍ ଭ୍ୟାନ୍, ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଏବଂ ଟାଓ୍ୱାର ଓ୍ୱାଗନ୍ ପରି ଜରୁରୀକାଳୀନ ଉଦ୍ଧାର ପାଇଁ ପ୍ରସ୍ତୁତ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଶୀଘ୍ର ରିଲିଫ ଯୋଗାଇବା ପାଇଁ କିଛି ର୍ନିଦ୍ଧିଷ୍ଟ ଜାଗାରେ ଅତ୍ୟାବଶ୍ୟକ ଦ୍ରବ୍ୟ, ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ଭିନ୍ନ ଭିନ୍ନ ଜାଗାରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ୍‌ କରି ରଖାଯାଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୪ ଘଣ୍ଟିଆ ଏକ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲା ଯାଇଛି। ବିପର୍ଯ୍ୟୟ ସମୟରେ ଯାତ୍ରୀମାନଙ୍କୁ ସଠିକ ସୂଚନା ଓ ସାହାଯ୍ୟ କରିବା ପାଇଁ ପ୍ରଭାବିତ ଅଞ୍ଚଳର ପ୍ରମୁଖ ଷ୍ଟେସନରେ ୨୪ ଘଣ୍ଟିଆ ହେଲ୍‌ପ୍‌ ଡେସ୍କ ମଧ୍ୟ ପରିଚାଳିତ ହେଉଛି।

Advertisment

ସେପଟେ ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’କୁ ନେଇ ପାରାଦୀପ ବନ୍ଦରର ୪ ନମ୍ବର ଫାଟକ ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ସମୟରେ ଅତ୍ୟାବଶ୍ୟକ ସେବା ଯେପରି ବ୍ୟାହତ ନ ହୁଏ ସେନେଇ ପ୍ରସ୍ତୁତି କରାଯାଇଛି। ପାଣିପାଗ ବିଭାଗର ସୂଚନା ଆଧାରରେ ଆବଶ୍ୟକ ପଡ଼ିଲେ ପୋର୍ଟ ଅପରେସନ ବନ୍ଦ ରଖାଯିବା ସହ ଜାହାଜ ଗୁଡିକୁ ନିରାପଦ ଦୂରତା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯିବ ସୂଚନା ମିଳିଛି। 

Cyclone Threat To Odisha Cyclone Warning Train Cancelled Cyclone Jawad Cyclone Jawad Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ