Today Rain Alert For 7 Districts Of Odisha
ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି। ୩ ଘଣ୍ଟା ପାଇଁ ଏହି ୭ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଦିନରେ ସୂର୍ଯ୍ୟଙ୍କ ପ୍ରକୋପ ପରେ ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ବାଲେଶ୍ୱର, ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ ପବନ ସହ ବର୍ଷା ହୋଇଥିଲା। ବାଲେଶ୍ୱରର କିଛି ସ୍ଥାନରେ ମାଟି ଘର ଭାଙ୍ଗି ଯାଇଥିବା ବେଳେ ଗଛ ଉପୁଡି ପଡ଼ି ରାସ୍ତାରେ ପଡ଼ିଥିଲା। ସେହିପରି କଟକ ସହରର ବହୁ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିବା ଯୋଗୁ ଯାତାୟତ ପ୍ରଭାବିତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1686627151.jpg)