Today Midnight Cyclone Mandous To Landfall
ଭୀଷଣ ବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଏହା ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଆଜି ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି।
ବାତ୍ୟା ‘ମାଣ୍ଡୋସ୍’ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୁଳରେ ସ୍ଥଳପଥ ଅତିକ୍ରମ କରିପାରେ। ବାତ୍ୟା ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଅଞ୍ଚଳ ପ୍ରଭାବିତ ହେବାକୁ ଥିବା ବେଳେ, ଏହାର ମୁକାବିଲା ପାଇଁ NDRF ଟିମ୍ ମୁତୟନ ହୋଇଛନ୍ତି। ତେବେ ଓଡ଼ିଶା ଉପରେ ବାତ୍ୟାର ସିଧା ପ୍ରଭାବ ନଥିଲେ ବି ଆସନ୍ତା ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ସେପଟେ ବାତ୍ୟା ଉପକୂଳ ମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା। ଚେଙ୍ଗଲପାଟୁ, ଭିଲୁପ୍ପୁରମ୍, କାଞ୍ଚିପୁରମ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ପୁଡୁଚେରୀ ପାଇଁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଲର୍ଟ ଜାରି କରାଯାଇଛି। ‘ମାଣ୍ଡୋସ୍’ ଭୀଷଣ ବାତ୍ୟାର ରୂପ ନେବାକୁ ଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670554470.jpg)