Advertisment

ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

rain in odisha

Advertisment

ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଏବଂ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବରଗଡ଼ ଜିଲ୍ଲା ଅମ୍ବାଭନାରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ନାକଟିଦେଉଳରେ ୧୪୫ ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୧୩୮.୪ ମିଲିମିଟର, ବରଗଡ଼ ଭଟଲୀରେ ୧୩୪  ମିଲିମିଟର, ଯୁଯୁମରାରେ ୧୦୮.୨ ମି.ମି., କେନ୍ଦୁଝର ଚମ୍ପୁଆରେ ୯୯.୪ ମିଲିମିଟର, ଯୋଡ଼ା ୯୬.୪ ମି.ମି., ଲାଇକେରାରେ ୯୪.୮ ମି.ମି., ଝୁମ୍ପୁରାରେ ୯୪.୨ ମି.ମି. ଓ ଗୁରୁଣ୍ଡିଆରେ ୯୦ ମି.ମି. ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ୨ରୁ ୩ ଦିନ ପାଇଁ ବର୍ଷା ସାମାନ୍ୟ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। 

ଜୁନ୍‌ ୧ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ଓଡ଼ିଶାରେ ୩୪୬.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଗୁରୁବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦିଆଯାଇଥିଲା।

Advertisment

ଅନ୍ୟପକ୍ଷେ, ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଜାରି ରହିଛି। ବର୍ଷା ଓ ବନ୍ୟା ଜନିତ ଭୂସ୍ଖଳନ ଯୋଗୁ ମହାରାଷ୍ଟ୍ରରେ ଏଯାଏ ୧୩୮ରୁ ଅଧିକ ଲୋକଙ୍କର ଜୀବନ ଗଲାଣି। ସେହିପରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ଏଯାବତ୍‌ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ଗତ କିଛିଦିନ ହେଲା କୋଙ୍କଣ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଉପୁଜିଛି। 

Advertisment
Odisha Weather Odisha Weather Alert Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ