Advertisment

ସତର୍କ ରୁହନ୍ତୁ ! ଆଜି ୮ ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି।

Thunderstorm With Lightning To Occur In 8 Districts Of Odisha

Thunderstorm With Lightning To Occur In 8 Districts Of Odisha

Advertisment

ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ପାଗରେ ସେମିତି କିଛି ବଡ ଧରଣର ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୨ରୁ ୪୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ। କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କୁହାଯାଇଛି। କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

କାଳବୈଶାଖୀ ଓ ବଜ୍ରପାତ ନେଇ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପକ୍ଷେ, ଉପକୂଳ ତୁଳନାରେ ଅସହ୍ୟ ତାତିରେ ଆଉଟୁପାଉଟୁ ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

Advertisment

ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ମୋହନାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। କିଛି ସମୟ ଧରି ଘଡ଼ଘଡି ସହ ପ୍ରବଳ ପବନ ଓ ବର୍ଷା ହୋଇଥିଲା। ବଜାର ରାସ୍ତା ଓ ବ୍ଲକ ରାସ୍ତା ସମେତ ବନ ବିଭାଗ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ଥାନା ପରିସର ଓ  କୋର୍ଟ ନିକଟରେ ବହୁ ଗଛ ଭାଙ୍ଗି ଯାଇଥିଲା।

ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡିବାରୁ ବିଦ୍ୟୁତ୍‌ ସେବା ବନ୍ଦ ରହବା ସହ କିଛି ସମୟ ଧରି ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ। 

Advertisment
Lightning Warning Rain Alert Weather Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ