Advertisment

ସୁବର୍ଣ୍ଣରେଖାରେ ଦେଖାଦେଇଛି ଭୟଙ୍କର ରୂପ; ଆସିପାରେ ବଡ ବନ୍ୟା

ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି।

There is a terrible situation in Subarmnarekha, a big flood may come

There is a terrible situation in Subarmnarekha, a big flood may come

Advertisment

ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍ ଗେଟ୍ ଦେଇ ପ୍ରତି ସେକେଣ୍ଡଙ୍କୁ ୬ ଲକ୍ଷ ଘନଫୁଟ୍ ଜଳ ପ୍ରବାହିତ ହେବା ପରେ ସୁବର୍ଣ୍ଣରେଖାରେ ଦେଖାଦେଇଛି ଭୟଙ୍କର ରୂପ। ବାଲେଶ୍ୱରର ରାଜଘାଟରେ ହୁ ହୁ ହୋଇ ବଢୁଛି ନଈ। ଘଣ୍ଟାକୁ ପାଖାପାଖି ଫୁଟେ ବଢୁଛି ଜଳପତ୍ତନ।

Advertisment

ବନ୍ୟାପ୍ରବଣ ବାଲେଶ୍ୱର ଯେଉଁ ବିପତ୍ତି କେବେ ଦେଖି ନଥିଲା। ସେଭଳି ଏକ ବଡ଼ ବନ୍ୟାର ଆଶଙ୍କାକୁ ନେଇ ଏବେ ଆତଙ୍କିତ ହୋଇପଡିଛନ୍ତି ଜିଲ୍ଲାବାସୀ। କାରଣ ଆସୁଥିବା ବନ୍ୟା ୨୦୦୮ରୁ ଆହୁରି ଭୟଙ୍କର। ସେତେବେଳେ ଗାଲୁଡିହି ବ୍ୟାରେଜ୍‌ରୁ ୩ ଲକ୍ଷ ୭୫ ହଜାର କ୍ୟୁସେକ୍ ଜଳ ଆସୁଥିଲା ଆଉ ଏଥର ଝା଼ଡଖଣ୍ଡ ଓ ମୟୂରଭଞ୍ଜର ରାଇରଙ୍ଗପୁରରେ ପ୍ରବଳ ବର୍ଷାରୁ ପ୍ରତି ସେକେଣ୍ଡକୁ ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ଖୋଲିଛି ୧୬ ଗେଟ୍।

ତେଣୁ ଏସ୍ଆର୍‌ସି ବି ସତର୍କ କରିଛନ୍ତି ସୁବର୍ଣ୍ଣରେଖା ଅବବାହିକାରେ ବଡ଼ ବନ୍ୟା ହେବ। ଜଳାର୍ଣ୍ଣବ ହୋଇପଡ଼ିବ ମୟୂରଭଞ୍ଜ ଓ ଉତ୍ତର ବାଲେଶ୍ୱରର ତଳି ଅଞ୍ଚଳ। ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ରହିଛି।

Advertisment

ଏସ୍ଆର୍‌ସିଙ୍କ ସୂଚନା ଅନୁଯାୟୀ, ଆଜିଠୁ କାଲି ସଂଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ଦୁଇ ଜିଲ୍ଲାକୁ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମବାହିନୀ ସହ ମୋଟ୍ ୪୦ଟି ଅପରେସନାଲ୍ ଟିମ୍ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍ଆର୍‌ସି କ୍ଷମତା ଦିଆଯାଇଛି। ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟାରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଥାଉ ଯେ ଜାମଶୋଳା ଦେଇ ସୁବର୍ଣ୍ଣରେଖା ଓଡ଼ିଶା ପ୍ରବେଶ ପରେ ସାରସକରଣା, ରାସଗୋବିନ୍ଦପୁର, ରାଇବଣିଆ, ଲକ୍ଷ୍ଣଣନାଥରୋଡ୍, ଜଳେଶ୍ୱର ଓ ଭୋଗରାଇ ଦେଇ କୀର୍ତ୍ତନିଆଠାରେ ସମୁଦ୍ରରେ ପଡ଼ିଛି। ତେଣୁ ସୁବର୍ଣ୍ଣରେଖାରେ ଆସୁଥିବା ବଢ଼ିକୁ ନେଇ ଉପକୂଳିଆ ଲୋକେ ଯେତିକି ଆତଙ୍କିତ, ପ୍ରଶାସନ ବି ସେତିକି ତତ୍ପର।

Advertisment

ସେହିପରି ଭୋଗରାଇ ବ୍ଲକ୍‌ର ଆରୁହାବୃତ୍ତିରେ ବଡ଼ ବନ୍ୟା ଆସୁଥିବାରୁ ଗାଁ ଗାଁ ବୁଲି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ସତର୍କ କରାଯାଉଛି। ଏପରିକି ଖୋଦ୍ ଜିଲ୍ଲାପାଳ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସତର୍କ କରୁଛନ୍ତି। ବନ୍ୟା ଦ୍ୱାରା ୪ଟି ବ୍ଲକ୍‌ରେ ପାଖାପାଖି ୧ ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସ୍ଥାନାନ୍ତରଣ ପାଇଁ ସମ୍ବେଦନଶୀଳ ୩ ଶହଟି ସୁରକ୍ଷିତ ସ୍ଥାନ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏପରିକି କିଛି କିଛି ସ୍ଥାନରେ ସ୍ଥାନାନ୍ତରଣ ବି ଆରମ୍ଭ ହୋଇଗଲାଣି।

ତେବେ ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ସୁବର୍ଣ୍ଣରେଖାର ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି।

ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ବିପଦ ସଂକେତ ଅତିକ୍ରମ କରି ନଥିବାରୁ ବନ୍ୟା ସ୍ଥିତି ହେବ ନାହିଁ ବୋଲି ଆଶା କରାଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଅନ୍ୟ ନଦୀ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ବ୍ରାହ୍ମଣୀ ଉପରେ ତୀକ୍ଷ୍ଣ ନଜର ରହିଛି। ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ। ଆଖୁଆପଦାରେ ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଗଲେ ବି ବିଶେଷ କ୍ଷତି ହେବନି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକକୁ ଆଲର୍ଟ କରାଯାଇଛି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ରହିଛି। କାଣୀନଦୀ ଘାଇ ମରାମତି ଚାଲିଥିବା ବେଳେ ପାଣି ପାସ୍ କରୁଛି। ଏଥିସହ ବଂଶଧରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି ବୋଲି ଏସ୍ଆର୍‌ସି ସୂଚନା ଦେଇଛନ୍ତି।

Odisha Flood Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ