Cyclone DANA: ‘ଲୋକେ ରିଲିଫ୍‌ ସେଣ୍ଟରକୁ ଆସିବା ପରେ ପୋଲିସ୍‌ ଜଗିବ ଗାଁ’

ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Suresh Pujari

୧୨ ବର୍ଷ ପରେ ଅକ୍ଟୋବରରେ ଓଡ଼ିଶା ଆସୁଛି ବାତ୍ୟା । ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଘୂର୍ଣ୍ଣିବାତ୍ୟା ‘ଦାନା’ । ସ୍ଥଳ ଭାଗ ଛୁଇଁଲା ସାଇକ୍ଲୋନର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ଏବେ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାଇକ୍ଲୋନ୍ ‘ଦାନା’ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ସାଢେ ୫ ହଜାରରୁ ଅଧିକ ରିଲିଫ୍ ସେଣ୍ଟର କରାଯାଇଛି । ବାତ୍ୟା ପ୍ରଭାବରେ ସନ୍ଧ୍ୟାରୁ ବର୍ଷାର ମାତ୍ରା ବଢ଼ିବ । ପ୍ରଭାବିତ ଜିଲ୍ଲାରୁ ୧୦ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ ରଖାଯାଇଛି । ଗ୍ରାଉଣ୍ଡରେ ଅଧିକାରୀ ଅଛନ୍ତି, ସ୍ଥାନାନ୍ତରଣ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି ସ୍ଥାନାନ୍ତରଣ ଲାଗି ଲୋକ ପ୍ରଶାସନକୁ ସହଯୋଗ କରନ୍ତୁ । ସନ୍ଧ୍ୟା ସୁଦ୍ଧା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ, ସେହି ଗାଁରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ ପୋଲିସ। ଲୋକଙ୍କ ଘର, ସମ୍ପତ୍ତିକୁ ଜଗିବ। ସେଥିପାଇଁ ଲୋକେ ଭୟଭୀତ ନହୋଇ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ରାଜସ୍ବ ମନ୍ତ୍ରୀ ।