Advertisment

ଆରମ୍ଭ ହେଲା ବାତ୍ୟା 'ବିପର୍ଯ୍ୟୟ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ସର୍ବପ୍ରଥମେ ଜଖାଉ ବନ୍ଦର ନିକଟରେ କଲା ଲ୍ୟାଣ୍ଡଫଲ।

ଅଦ୍ୟତନ ହୋଇଛି
 The landfall process of cyclone Biparjoy starts

The landfall process of cyclone Biparjoy starts

Advertisment

ଆରମ୍ଭ ହେଲା ବାତ୍ୟା 'ବିପର୍ଯ୍ୟୟ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ସର୍ବପ୍ରଥମେ ଜଖାଉ ବନ୍ଦର ନିକଟରେ କଲା ଲ୍ୟାଣ୍ଡଫଲ। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଆରମ୍ଭ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଘଣ୍ଟାକୁ ୧୫ କିମି ବେଗର ଗତି କରୁଛି ‘ବିପର୍ଯ୍ୟୟ’। ରାତି ୧୨ଟା ପର୍ଯ୍ୟନ୍ତ ଲାଗି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା।

Advertisment

 ଗୁଜରାଟ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଜଖାଉ ପୋର୍ଟର ଯେତେ ଯେତେ ନିକଟତର ହେଉଛି, ସେତେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ବିପର୍ଯ୍ୟୟ ଭୟାବହତା ।

ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ। ୮ଟି ତଟବର୍ତ୍ତୀ ଜିଲ୍ଲାକୁ ଅଧିକ ବିପଦ ରହିଛି। ତେଣେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ୩ ସେନା, କୋଷ୍ଟଗାର୍ଡ ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ।

Advertisment

ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଅତି ଉଚ୍ଚ ଜୁଆର ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଛି। ସେପଟେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଯାଏଁ 75 ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜରୁରୀକାଳୀନ
ପରିସ୍ଥିତିର ମୁକାବାଲି ଲାଗି ୧୭ଟି ଏନଡିଆରଏଫ୍ ଟିମ୍ ସହ ୧୨ଟି ଏସଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି। ବାତ୍ୟା ପାଇଁ ୭୬ଟି ଟ୍ରେନ୍ ବାତିଲ କରାଯାଇଛି।

Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ