Advertisment

ଆହୁରି ଅଧିକ ତଳିଆ ଅଞ୍ଚଳରେ ଆସିପାରେ ବନ୍ୟା,ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ଲାଗି SRCଙ୍କ ନିର୍ଦ୍ଦେଶ

ଯଦି ଜନବସତି ପ୍ରଭାବିତ ହୁଏ, ତା’ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Rain In Odisha

Rain In Odisha

Advertisment

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ କେଉଁଠି ରାସ୍ତା ଧୋଇ ହୋଇଗଲାଣି ତ ଆଉ କେଉଁଠି ଅସ୍ଥାୟୀ ପୋଲ ଭୁଶୁଡ଼ଇ ଗଲାଣି। ଆଉ କେଉଁଠି ରାସ୍ତା ଉପରେ ପାଣିର ସୁଅ ଛୁଟୁଛି। ଯାତାୟତ ବାଧାପ୍ରାପ୍ତ ହେବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ବର୍ଷା ପାଣି ପଶିବା ଯୋଗୁ ଅନେକ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର(SRC) ସତର୍କତା ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଯଦି ଜନବସତି ପ୍ରଭାବିତ ହୁଏ, ତା’ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଯୋଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦେବା ସହ ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ ବୋଲି SRC କହିଛନ୍ତି। ଅନ୍ୟପକ୍ଷେ, ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଜି ଦିନ ୧୧ଟା ୩୦ରେ SRC ପ୍ରଦୀପ ଜେନା ସୂଚନା ଦେବେ।

Advertisment

ସେପଟେ, ପ୍ରବଳ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ଲଗାଣ ବର୍ଷା ପାଇଁ ୧୨ ଜିଲ୍ଲାରେ ୨ ଦିନ ପାଇଁ ଗତକାଲି ସ୍କୁଲ୍‌ ଛୁଟି ଘୋଷଣା କରାଯାଇଥିଲା। ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଗତକଲି ଓ ଆଜି ପାଇଁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଥିଲା। ସ୍କୁଲ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଓ ମଧ୍ୟପ୍ରଦେଶ ଆଡ଼େ ଅଗ୍ରସର ହୋଇପାରେ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇପାରେ। 

Advertisment
Weather Update Odisha Rainfall Odisha Rain Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ