ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା; ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ !

ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।

Cyclone

ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । କେମିତି ରହିବ ପ୍ରଭାବ ? କେଉଁ ଆଡ଼କୁ ମୁହାଁଇବ ? ତାହା ସ୍ପଷ୍ଟ ହୋଇନଥିଲେ ବି ଏବେ ଏମିତି ଏକ ଚର୍ଚ୍ଚା ଖୁବ୍‌ ହେଉଛି । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି । ପୂରା ଓଡ଼ିଶାରେ ‘ଦାନା’ର ପ୍ରଭାବ ପଡ଼ିନଥିବା ବେଳେ ଯେଉଁ କିଛି ଅଞ୍ଚଳରେ ପଡ଼ିଛି ତାହା ବି କିଛି କମ୍‌ ନୁହେଁ । ବିଶେଷକରି ‘ଦାନା’ ପ୍ରଭାବରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । 

ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି । ପଞ୍ଜିକାରେ ଲେଖାଯାଇଛି  ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । 

ଅକ୍ଟୋବର ୧୭ରୁ ୨୩ ମଧ୍ୟେ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ । ପଞ୍ଜିକାର ଏହି ତଥ୍ୟକୁ ନେଇ ଲୋକେ ଆତଙ୍କିତ ଥିବାବେଳେ  ଜ୍ୟୋତିର୍ବିଦ ମଧ୍ୟ ତାଙ୍କ ମତ ରଖିଛନ୍ତି ।  

ଖଡ଼ିରତ୍ନ ପଞ୍ଜିକାରେ ଦିଆ ଯାଇଥିବା ଅକ୍ଟୋବରର ଏହି ସୂଚନା ସତ ହୋଇସାରିଛି । ଆଉ ବାତ୍ୟାର ‘ଦାନା’ ବିଶେଷକରି ୩ ଜିଲ୍ଲାକୁ ପ୍ରଭାବିତ କରିଛି । ହେଲେ ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ମାସରେ ପୁଣି ଓଡ଼ିଶାକୁ ଆସିବାକୁ ଥିବା ଏହି ବାତ୍ୟା ସଙ୍କେତ କେତ ସତେ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ହେଲେ ଏହି ପଞ୍ଜିକାର ପୂର୍ବାନୁମାନକୁ ନେଇ ସାଧାରଣରେ ଜୋର ଚର୍ଚ୍ଚା ହେଉଛି ।