South-west monsoon has further advanced into remaining parts of Odisha and has now covered the entir
ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରାକ୍ ମୌସୁମୀ ବର୍ଷା ପରେ ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ମୌସୁମୀ ବାୟୁ ସକ୍ରିୟହେବା ପରେ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ସର୍ବାଧିକ ୧୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପଛକୁ କଟକର ବାଙ୍କୀରେ ୧୬୫ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେହିପରି ବୌଦ୍ଧଗଡରେ ୭୯ ମିଲିମିଟର, କେନ୍ଦୁଝର ଜିଲ୍ଲାର ସରପଡ଼ା ୭୫ ମିଲିମିଟର, ଅନୁଗୁଳର ତାଳଚେରରେ ୭୦ ମିଲିମିଟର, ବାଲେଶ୍ୱରର ବାହାନଗାରେ ୬୯ ମିଲିମିଟର, ଗଞ୍ଜାମର ଶେରଗଡ଼ରେ ୬୬ ମିଲିମିଟର, ଖୋର୍ଦ୍ଧାର ବୋଲଗଡ଼ରେ ୬୬ ମିଲିମିଟର ଓ ସମ୍ବଲପୁରର ବୁର୍ଲାରେ ୬୫ ମିଲିମିଟର ବର୍ଷା ରେଡର୍ଡ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655711923.jpg)