Advertisment

କାହିଁକି ଜୀବନ ଝାମ୍ପି ନେଉଛି ରୌଦ୍ର ନିଆଁ ? ଅଂଶୁଘାତ ସତର୍କତାକୁ ହେୟଜ୍ଞାନ କି କାରଣ ?

କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।

undefined

Weather

Advertisment

ତାତିର ତାଣ୍ଡବ କେତେ ଭୟଙ୍କର । କେନ୍ଦୁଝର ରୁଗୁଡ଼ି ବାରବାଙ୍କ ଘାଟି ରାସ୍ତାରେ ଟାଣ ଖରାବେଳେ ଟ୍ରକ ଚଳାଇ ଆସୁଥିବା ଜଣେ ଡ୍ରାଇଭର, ହଠାତ୍ ଅସୁସ୍ଥତା ଅନୁଭବ କଲେ, ଗାଡ଼ିଟିକୁ ସାଇଡ୍ ବି କଲେ, ହେଲେ ପାଣି ମୁନ୍ଦେ ତୁଣ୍ଡରେ ଦେବା ଆଗରୁ ସେଇ ଷ୍ଟିୟରିଂ ଉପରେ ଟଳି ପଡ଼ିଲେ । ମୃତ ଡ୍ରାଇଭର ଜଣକ ଝାଡ଼ଖଣ୍ଡର, ସେ ଜିଲିଂ ଖଣିରୁ ଲୁହାପଥର ବୋଝେଇ କରି ରାଉରକେଲା ଯାଉଥିଲେ ।

Advertisment

ଭୀଷଣ ତାତି ଯୋଗୁଁ ଗତ ଦୁଇ ଦିନରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରେ ଦିନ ମଜୁରିଆ ଓ ଟ୍ରକ୍ ଡ୍ରାଇଭରଙ୍କୁ ମିଶାଇ ୨୦ରୁ ଅଧିକ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିବା ପରେ ଏବେ ଚାରିଆଡ଼େ କୋକୁଆ ଭୟ । ତେଣୁ ଏଠି ପ୍ରଶ୍ନ, ହଠାତ୍ କାହିଁକି ଏମିତି ଆଖି ପିଛୁଳାକେ ତତଲା ହାୱା ଝାମ୍ଫି ନେଉଛି ନିରୀହ ଜୀବନ ? ତାତି ଜନିତ ସତର୍କତାକୁ ହେୟଜ୍ଞାନ ? ନା ଆକାଶରୁ ଅକସ୍ମାତ୍ ଅଗ୍ନିବର୍ଷାକୁ ସମ୍ଭାଳି ପାରୁନି ମଣିଷ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ- ବାହାରେ ଜଣେ ସୁସ୍ଥ ବ୍ୟକ୍ତିର ଶରୀରର ତାପମାତ୍ରା ସାଧାରଣତଃ ୩୭ ଡିଗ୍ରୀ ସେଣ୍ଟିଗ୍ରେଡ୍ ଥାଏ, ହେଲେ ଯେତେବେଳେ ପରିବେଶର ତାପମାତ୍ରା ୪୫ ଡିଗ୍ରୀ ସେଣ୍ଟିଗ୍ରେଡ୍ ହୋଇଯାଏ, ସେତେବେଳେ ସ୍ଥିତି ଅସମ୍ଭାଳ ହୋଇଯାଏ । ଟାଣ ଖରାରେ କାମ କରୁଥିବା ଲୋକ କିମ୍ବା ଲମ୍ବା ଯାତ୍ରାରେ ଗାଡ଼ି ଚଳାଇ ଯାଉଥିବା ଡ୍ରାଇଭର ଅଂଶୁଘାତ ପ୍ରତି ଯତ୍ନବାନ ହେଉନଥିବାରୁ ସମସ୍ୟା ଜଟିଳ ହୁଏ । ଅନିୟମିତ ଖାଦ୍ୟ, ପାନୀୟ ଓ ବିଶ୍ରାମ ଅଭାବ ସାଙ୍ଗକୁ ଯେଉଁମାନଙ୍କର ହାର୍ଟ, କିଡନୀ, ଲଙ୍ଗସ୍ ଓ ବ୍ରେନ୍ ସମସ୍ୟା ରହିଛି, ସେମାନଙ୍କୁ ହିଟ୍ ଷ୍ଟ୍ରୋକ୍ ଚଟ୍ କରି ଆକ୍ରମଣ କରିଦେଉଛି ।

Advertisment

ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ- ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଂଶୁଘାତ ଏମିତି ଘାତକ ସାଜିଲା କାହିଁକି ? ଆକାଶରୁ ନିଆଁ ବର୍ଷାରେ ବିରାମ ଲାଗିବ କେବେ ? ପାଣିପାଗ ବିଷାରଦଙ୍କ କହିବାନୁସାରେ- ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ପ୍ରଭାବରେ ଓଡ଼ିଶାର ସ୍ଥଳଭାଗ ଆଡ଼କୁ ଅଧିକ ଜଳୀୟ ବାଷ୍ପ ଆସିଛି । ଯେହେତୁ ବର୍ଷା ହେଉନାହିଁ, ତେଣୁ ସେ ଆବଶ୍ୟକତାଠାରୁ ଅଧିକ ଜଳୀୟବାଷ୍ପ ସେମିତି ବାୟୁମଣ୍ଡଳରେ ଘୂରି ବୁଲୁଛି । ଯାହାଦ୍ୱାରା ପ୍ରଚଣ୍ଡ ଗରମ ସାଙ୍ଗକୁ ଜନଜୀବନକୁ ଦୁର୍ବିସହ କରୁଛି ଗୁଳୁଗୁଳି । ଯାହା ଫଳରେ ମଣିଷ ଶରୀର ଏହାକୁ ସହ୍ୟ କରିପାରୁନି । ଯଦିଓ ଆଗାମୀ ୨ରୁ ୩ଦିନ ଯାଏଁ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ, ହେଲେ ୪୦ ତଳକୁ ଖସିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏମିତିକି ୧୦ ତାରିଖ ଯାଏଁ ୪୦ରୁ ୪୫ ଡିଗ୍ରୀ ପାଖାପାଖି ତାପମାତ୍ରା ରାଜ୍ୟରେ ଜାରି ରହିବ ଓ ମୌସୁମୀ ବର୍ଷା ଆରମ୍ଭ ନ ହେବା ଯାଏଁ ଅସ୍ବାଭାବିକ ସ୍ଥିତି ଲାଗି ରହିବ ବୋଲି ବି ସତର୍କ କରିଛନ୍ତି ।

ଓଡ଼ିଶାରେ ଅଂଶୁଘାତ ମୃତ୍ୟୁ ନୂଆ ନୁହେଁ, ୧୯୯୮ ମସିହାରେ ରାଜ୍ୟରେ ଅସହ୍ୟ ରୌଦ୍ର ନିଆଁରେ ୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା । ହେଲେ ସେ ଘଟଣାର ଏତବର୍ଷ ପରେ ଓ ଏତେ ସଚେତନତା ସତ୍ତ୍ୱେ ବି ସମାନ ସ୍ଥିତିରେ ଜୀବନ ହାନୀକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରାଜ୍ୟବାସୀ ।

Advertisment
Heat Wave Sun Stroke
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ