Advertisment

ମାଡ଼ି ଆସିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଅନେକ ଗାଁ

କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

Several Cuttack villages submerged in Mahanadi flood water

Several Cuttack villages submerged in Mahanadi flood water

Advertisment

ମହାନଦୀରେ ଜଳସ୍ତର ବଢୁଥିବାରୁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ତିଗିରିଆ ପଞ୍ଚାୟତର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

Advertisment

ଚଷାଆଁରା ଗାଁକୁ ପ୍ରଶାସନ ପକ୍ଷରୁ ବୋଟ୍ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ତିଗିରିଆ ପଞ୍ଚାୟତର ଆଉ ୯ଟି ଗାଁ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି।

ଏହିସବୁ ଗାଁ ଗୁଡ଼ିକ ହେଲା- ବଉଳାଙ୍ଗ, ଶାଳୀଜଂଘା, ଗଦାଧରପୁର, କଣ୍ଠୀପୁର, ବିଷ୍ଣୁପୁର, କୋଇଲିକନ୍ୟା, ରଘୁରାମପୁର, କଳିବିରି ଓ ବଡ଼ନାଇପୁଟ ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଆଠଗଡ଼ ବ୍ଲକର ଧୁରଷିଆ ପଞ୍ଚାୟତର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା କଣାସ ବ୍ଲକରେ ପଶିଛି ବନ୍ୟା ଜଳ। ଦୟା ନଦୀ ଫୁଲି ଥିବାରୁ ଏହାର ପାଣି ବିଭିନ୍ନ ଗାଁରେ ପଶିଛି। ବର୍ତ୍ତମାନ ସୁଦ୍ଧା ୩ଟି ପଞ୍ଚାୟତରେ ବନ୍ୟା ପାଣି ପଶି ଯାଇଛି। ଏପରିକି ଲୋକଙ୍କ ଘର ଭିତରେ ପାଣି ପଶିଛି। ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଜୀବନ ଅତିବାହିତ କରୁଛନ୍ତି। ମହାନଦୀରେ ପାଣି ବଢ଼ୁଥିବାରୁ ସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ରହିଛି। 

Advertisment
Rain In Odisha Flood In Odisha Odisha Flood Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ