school students
ବ୍ରହ୍ମପୁର: ବାତ୍ୟା ‘ଜୱାଦ୍’ ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ୍ ଛୁଟି ନେଇ ଘୋଷଣା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ନେଇ ଡିଇଓ ଘୋଷଣା କରିଛନ୍ତି।
ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା ହୋଇଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ୍ ଆସିବେ। ବାତ୍ୟା ‘ଜୱାଦ୍’ ନେଇ SRC ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ଏବେ ଏହା ଗୋପାଳପୁରରୁ ୪୭୦ କି.ମି., ପାରାଦୀପରୁ ୫୮୦ କିମି ଦୂରରେ ରହିଛଇ। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ଆସୁଛି ବାତ୍ୟା।
ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ବାତ୍ୟାର ମୁକାବିଲା ଲାଗି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଗୋଟିଏ ଏନଡିଆରଏଫ ଏବଂ ୨ଟି ଓଡ୍ରାଫ ଟିମ୍ ଆସି ପହଞ୍ଚିଛନ୍ତି ।
ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି। ନିୟମିତ ପ୍ରାୟ ୪ ମିଟର ଯାଏ ସମୁଦ୍ରରେ ଜୁଆର ଆସିଥାଏ, ଆଉ ୧ ମିଟର ବଢ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school_1626673232.jpg)