Special story
ଉପବାସରେ ରହିବେ କି ବାବା ଲିଙ୍ଗରାଜ ? କାରଣ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ଥରେ ଦେଖା ଦେଇଛି ବିବାଦ । ଗତକାଲି ପଇତାଲାଗି ନୀତିକୁ ନେଇ ଉଭୟ ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏଥିରେ ବିଭ୍ରାଟ ଦେଖାଦେଇଛି ।
ଗତକାଲି ସନ୍ଧ୍ୟା ଧୂପଠାରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ତେଣୁ ଆଜି ବି ବାବା ଲିଙ୍ଗରାଜଙ୍କ ନୀତି ବନ୍ଦ ରହିବା ଆଶଙ୍କା ବଢ଼ିଛି । ଗତକାଲିର ନୀତି ସହ ଆଜିର ନୀତି ସମ୍ପର୍କ ଥିବାରୁ ଲିଙ୍ଗରାଜ ଅପୂଜା ରହି ପାରନ୍ତି ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି ।
ସେପଟେ ଗତ ବର୍ଷ ବି ଏହାକୁ ନେଇ ଅସନ୍ତୋଷ ଓ ବିବାଦ ଦେଖାଦେଇଥିଲା । ଏନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଜଣାଇବା ପରେ ବି କୌଣସି ସମାଧାନ ବାଟ ବାହାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660099976.jpg)