Advertisment

ମହାବାତ୍ୟାକୁ ପୂରିଲା ୨୩ ବର୍ଷ...ମନେ ପଡିଲେ ଶୀତେଇ ଉଠୁଛି ଦେହ

୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍‌ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍‌ କରିଥିଲା ବାତ୍ୟା।

ଅଦ୍ୟତନ ହୋଇଛି
Super Cyclone

Super Cyclone

Advertisment

ଆଜି ଅକ୍ଟୋବର ୨୯ ତାରିଖ, ଶନିବାର। ସେଦିନ ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ଧାରାରେ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି। ଆଜକୁ ଠିକ୍‌ ୨୩ ବର୍ଷ ତଳେ ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା। ପ୍ରକୃତିର କରାଳ ରୂପରେ ଥରି ଉଠିଥିଲା ଉପକୂଳ ଓଡ଼ିଶା। ବାତ୍ୟାର କରାଳ ରୂପରେ ଛାରଖାର ହୋଇଯାଇଥିଲା କାହିଁ କେତେ ପରିବାର?

Advertisment

୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍‌ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍‌ କରିଥିଲା ବାତ୍ୟା।

ବାତ୍ୟା ସାଙ୍ଗକୁ ଅସ୍ତବ୍ୟସ୍ତ କରିପକାଇଲା ପବନ। ବାତ୍ୟା ଯେତିକି କଷ୍ଚ ଦେଲା ତାହାଠାରୁ ଢେର ଅଧିକ କଷ୍ଟ ଦେଲା ସମୁଦ୍ର। ପାଖାପାଖି ୨ କିମି ପର୍ଯ୍ୟନ୍ତ ମାଡ଼ି ଆସିଲା ସମୁଦ୍ର ଜୁଆର। ୩୦ ଫୁଟ୍‌ ଜୁଆରରେ ଭାସିଗଲା ହଜାର ହଜାର ଘର। ସମୁଦ୍ର,ବର୍ଷା ଓ ପବନ ସାଙ୍ଗ ହୋଇ ପ୍ରଳୟ କରିଥିଲେ। ପାଖାପାଖି ୩୫୦ କିମି ବେଗରେ ବୋହିଥିଲା ପବନ। ଆଉ ୩୬ ଘଂଟା ଧରି ତାଣ୍ଡବ କରିଥିଲା ବାତ୍ୟା। ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।

Advertisment

ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ଦେଢ ଲକ୍ଷରୁ ଅଧିକ ବାସହରା ହୋଇ ପଡ଼ିଥିଲେ। ଆଉ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। କେବଳ ଏତିକି ନୁହେଁ କେତେ ଯେ, ଜୀବଜନ୍ତୁ ମଲେ ତାହାର ହିସାବ କାହା ପାଖରେ ନାହିଁ।

 ମୋଟ୍‌ ଉପରେ ଜଗତସିଂହପୁରର ଅଂଟା ଭାଙ୍ଗି ଦେଇଥିଲା ମହାବାତ୍ୟା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା। ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ। କିଏ ସ୍ୱାମୀକୁ, କିଏ ସ୍ତ୍ରୀ ତ ଆଉ କିଏ ବାପା ଓ ମାଆକୁ ହରାଇଥିଲା। କଇଁ କଇଁ କାନ୍ଦୁଥିଲା ବାତ୍ୟା ପ୍ରଭାବିତ, ଆଖି ଆଗରେ ପ୍ରିୟଜନଙ୍କ ପ୍ରାଣ ନେଇଯାଇଥିଲା ମହାବାତ୍ୟା। ମାଆ ଆଗରେ ଚାଲିଗଲା ପୁଅ, ବାପା ଆଗରେ ଚାଲିଗଲା ଝିଅ। ସ୍ଥିତି ଏମିତି ହୋଇଥିଲା ଯେ, ଗଛ ଉପରେ ତ ପାଣି ଭିତରେ ଯୁଆଡ଼େ ଦେଖିବେ କେବଳ ଶବ ହିଁ ଶବ। ଆଉ ଆଜି ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ସେଦିନର ସେହି ଅନୁଭୂତିକୁ ଆଜି ବି ମନେ ପକାଉଛନ୍ତି ବାତ୍ୟା ପୀଡ଼ିତ। ୨୩ ବର୍ଷ ପରେ ଆଜି ବି ତାଜା ଅଛି ସବୁ ସ୍ମୃତି। ସତରେ ଏ ବାତ୍ୟା ଆଉ କେବ ନ ଆସୁ...

Advertisment
1999 Super Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ