Respite From Cold In Odisha Likely From Today
ରାଜ୍ୟରେ ଆଜିଠୁ ଶୀତ କମିବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ ଅପେକ୍ଷାକୃତ କମିବ।
ଆସନ୍ତା ଫେବୃଆରୀ ୩ ତାରିଖରୁ ଆଭ୍ୟନ୍ତୀରଣ ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏହାର ପ୍ରଭାବରେ ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକର ଟେନସା ଜିରୋ ପଏଣ୍ଟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଏହାସହ ସହ ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଓଡିଶା ଭିତରକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଯୋଗୁ ଜିରୋ ପଏଣ୍ଟରେ ତାପମାତ୍ରା ହ୍ରାସ ହୋଇଛି। ଫଳରେ ସମଗ୍ର ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତର ପ୍ରକୋପରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି।
ସେହିପରି କନ୍ଧମାଳ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। ବାଲିଗୁଡା, ତୁମୁଡିବନ୍ଧ, ବେଲଘର, କୋଟଗଡ଼, ରାଇକିଆ, ଜି. ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଲୋକେ ସକାଳ ଓ ସନ୍ଧ୍ୟାରେ ନିଆଁ ପୁଉଁଥିବା ନଜର ଆସିଛି। ଶୀତ ଯୋଗୁ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643602278.jpg)