Advertisment

ଟଳିଲା ବାତ୍ୟା ଭୟ, ହେଲେ ୧୭ ଯାଏ ଭିଜିବ ଓଡ଼ିଶା !

ବାତ୍ୟା ‘ଅସାନି’ ଟଳିଯିବା ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଭିଜାଇଛି ବର୍ଷା। ୧୭ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

Heavy Rainfall Alert

Rainfall Likely In Various Districts Of Odisha

Advertisment

ବାତ୍ୟା ‘ଅସାନି’ ଟଳିଯିବା ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଭିଜାଇଛି ବର୍ଷା। ଆଜି ମଧ୍ୟ ଦକ୍ଷିଣ ଓ ଉତ୍ତର-ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ସେହିପରି ୧୪ ତାରିଖ ଅର୍ଥାତ୍‌ ଆସନ୍ତାକାଲି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

Advertisment

ଆସନ୍ତାକାଲି ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟ ଧରଣ ବର୍ଷା ହୋଇପାରେ। ୧୭ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୩ ଦିନ ଯାଏ କିଛି ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢିପାରେ। ସେପଟେ ଆସନ୍ତା ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ। ଏହାର ପ୍ରଭାବରେ ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  

Advertisment
Rain In Odisha Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ