Advertisment

କାଲିଠୁ ୩ ଦିନ ଛେଛିବ ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି।

Rainfall Likely In Odisha From Tomorrow

Rainfall Likely In Odisha From Tomorrow

Advertisment

ଆସନ୍ତାକାଲିଠୁ ଅର୍ଥାତ୍ ୨୩ ତାରିଖରୁ ୩ ଦିନ ଧରି ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୩ ତାରିଖ ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଏସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ। ଏଇ ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି। ୨୫ ତାରିଖରେ ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। 

ଅନ୍ୟପକ୍ଷେ, ଜୁନ୍‌ ୧, ୨୦୨୨ ମସିହାରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟରେ  ୯୩୪.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମି.ମି. ତୁଳନାରେ ୧୫% ଅଧିକ ରହିଛି। ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

Advertisment

ଦେବଗଡ (+୪୦%) ଢେଙ୍କାନାଳ (+୨୯%), ଜଗତସିଂହପୁର (+୨୧%), ନୟାଗଡ (+୨୨%), ନୂଆପଡା(+୨୦%), କୋରାପୁଟ (+୩୦%), ରାୟଗଡା (+୩୩%), ଏବଂ ଗଜପତି(+୨୦%) ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଅବଶିଷ୍ଟ ୨୦ ଜିଲ୍ଲାରେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି l

Advertisment
Rain In Odisha Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ