Advertisment

ପୁଣି ପଶ୍ଚିମାଝଡ଼ ବିପଦ ! କାଲିଠୁ ବର୍ଷା ସମ୍ଭାବନା,ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରୁ ବର୍ଷାର ପରିମାଣ ବଢ଼ିବ। ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।

Rain Alert For Odisha

Rain Alert For Odisha

Advertisment

ରାଜ୍ୟକୁ ପୁଣି ପଶ୍ଚିମାଝଡ଼ ବିପଦ। ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଉତ୍ତର-ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ। ଆସନ୍ତାକାଲିଠୁ କିଛି ଜିଲ୍ଲାରେ ବର୍ଷା ହେବାକୁ ଥିବାଅବେଳେ ୨୫ରୁ ବର୍ଷାର ପରିମାଣ ବଢ଼ିବ।

Advertisment

ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।  ପୁଣି ୨୫ରେ ଆସୁଥିବା ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟକୁ ଭିଜାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।  ଅନ୍ୟପକ୍ଷେ, ଆଜି ସକାଳୁ ଘନ କୁହୁଡ଼ିର ଚାଦର ତଳେ ଘୋଡ଼ାଇ ହୋଇଥିଲା ରାଜଧାନୀ ଭୁବନେଶ୍ୱର। କୁହୁଡି ଯୋଗୁ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସି ଆସିବା ସହ ଯାନାବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

Advertisment

Rain Alert Rain Alert For Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ