Advertisment

ପୁଣି ଆସୁଛି ବର୍ଷା ! ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କିଛି ଦିନର ପ୍ରବଳ ଶୀତ ପରେ ଏବେ ପୁଣି କୋହଲା ପାଗ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Rainfall Likely In Odisha

Rainfall Likely In Odisha

Advertisment

କିଛି ଦିନର ପ୍ରବଳ ଶୀତ ପରେ ଏବେ ପୁଣି କୋହଲା ପାଗ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଏବଂ ପୂର୍ବ ଓଡ଼ିଶାର କିଛି ଜିଲ୍ଲା ଭିଜିବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି।  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଗତ ରାତିରୁ ବର୍ଷା ହୋଇଥିବା ସୂଚନା ମିଳିଛି।

ଅଦିନିଆ ବର୍ଷା ଯୋଗୁ ଚାଷୀ ସର୍ବସ୍ୱାନ୍ତ ହୋଇଥିଲେ। ଆଉ ଏବେ ରବି ପରିବା ଚାଷ ହୋଇଥିବା ବେଳେ ଗଛର ପତ୍ର ଖାଇ ଲଣ୍ଡା କରି ଦେଉଛନ୍ତି ପୋକ। କଟକ ଜିଲ୍ଲା କଣ୍ଟାପଡା ବ୍ଲକ୍‌ ଅନ୍ତର୍ଗତ ବଡମୂଳାଇ ଅଞ୍ଚଳର ଚାଷୀ ଏଭଳି ସମସ୍ୟା ଦେଇ  ଗତି କରୁଛନ୍ତି। ସାଁବାଳୁଆ ଭଳି ଦେଖାଯାଉଥିବା ପୋକ ଫସଲ କ୍ଷେତକୁ ନଷ୍ଟ କରି ଦେଉଛନ୍ତି। ଏଥିପାଇଁ ବିରି, ମୁଗ, ଆଳୁ ଆଦି ପନିପରିବା ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ‌ଏବେ ପୁଣି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ କରି ଦେଇଛି। 

Advertisment
Rain In Odisha Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ