Advertisment

୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ୩ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
Heavy Rainfall Alert

Rainfall Alert

Advertisment

ଆଗକୁ ଆସୁଛି ବର୍ଷା। ଆସନ୍ତା ୩ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Advertisment

ସେହିପରି ୪ତାରିଖରେ ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଏବଂ ଆସନ୍ତାକାଲି ଉପକୂଳ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।  ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ରାୟଗଡା, ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ।  ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।  

ସେହିପରି ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏ ବୃଦ୍ଧି ହେବ। ପଶ୍ଚିମା ଝଡ଼ ପ୍ରଭାବ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ  ପ୍ରଭାବରେ ଫେବୃଆରୀ ୩ରୁ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ବୃଦ୍ଧି ସହ କୁଆ ପଥର ବର୍ଷା ହୋଇପାରେ। 

Advertisment

Rain In Odisha Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ