Rain Alert For Odisha
ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସହ ତତ୍ସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଢେଙ୍କାନାଳ, କଟକ, ଅନୁଗୁଳ, ନୟାଗଡ, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ତାରିଖ ବେଳକୁ ବର୍ଷାର ପ୍ରଭାବ କମି ଯାଇଥିବ। ୧୬ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ରାଜ୍ୟରେ ଦେଖା ଦେଇଥିବା ଅଦିନିଆ ବର୍ଷାରେ ବେହାଲ ଚାଷୀ। କେଉଁଠି ପନିପରିବା ନଷ୍ଟ ହୋଇ ଚାଷୀର ଚିନ୍ତା ବଢ଼ାଇଛି ତ ପୁଣି କେଉଁଠି ମଣ୍ଡିରେ ଓଦା ହୋଇ ଗଜା ହେବାକୁ ବସିଲାଣି ଧାନ। ମଣ୍ଡିକୁ ଚାଷୀ ଧାନ ଆଣୁଛନ୍ତି ହେଲେ ରାତି ଅନିଦ୍ରା ହୋଇ ଧାନକୁ ଜଗିବାକୁ ପଡୁଛି। କେତେବେଳେ ମିଲରଙ୍କ ଦେଖା ନାହିଁ ତ କେତେବେଳେ ବର୍ଷା। ବର୍ଷକର ଅମଳ ବିକ୍ରି କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି ଅନ୍ନଦାତା।
ସେପଟେ ଗତ ୩ ଦିନ ହେବ ନୂଆପଡ଼ା ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଛି। ଦିନରାତି ତୁହାକୁ ତୁହା ବର୍ଷା ହେଉଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଅଦିନିଆ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ଭିଜି ଯାଇଛି। କୁଆପଥର ମାଡ଼ରେ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642040007.jpg)