୫ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ !

୬/୭ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା...

Rainfall activity unlikely till August 4-5

୬ରେ ଆଉ ଏକ ଲଘୁଚାପ । ଶ୍ରାବଣ ମାସରେ ବର୍ଷା ଗାଏବ ହୋଇଥିବା ନେଇ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ IMD ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଓଟିଭିକୁ ସୂଚନା ଦେଇଛନ୍ତି ।

ଏନେଇ IMD ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ‘ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି । ହେଲେ ଏ ପର୍ଯ୍ୟନ୍ତ ୮% କମ୍ ବର୍ଷା ହୋଇଛି ।’