Advertisment

ରାଜ୍ୟ ସାରା ତୁହାକୁ ତୁହା ବର୍ଷା, ନର୍ଦ୍ଦମା ପାଣିରେ ଭାସିଲା ସହର ସହର

ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ ।

ଅଦ୍ୟତନ ହୋଇଛି
heavy rains lashed many parts of Odisha

heavy rains lashed many parts of Odisha

Advertisment

ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ଲଗାଣ ବର୍ଷା, ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟାରୁ ସହର ସହର ନର୍ଦ୍ଦମା ପାଣିରେ ଭାସୁଛି । କଟକ ସହରରେ ତ ସାଂଘାତିକ ସ୍ଥିତି । ସେପଟେ ଏବେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ୧୯ରେ ଆଉ ଏକ ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ବଢ଼ିଛି ସହରବାସୀଙ୍କ ଚିନ୍ତା ।...

Advertisment

କଟକ ସହରରେ ସକାଳୁ ମାତ୍ର ଅଧଘଣ୍ଟାର ଟିକେ ଅଧିକ ଓ ତା ପରର ଝିପି ବର୍ଷାରେ ବି ଅବସ୍ଥା ସଂଗୀନ...ବର୍ଷା ଜଳ ନୁହେଁ, ନର୍ଦ୍ଦମା ପାଣିରେ ଭାସିଲା ସହର। ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର...ବକ୍ସଡ୍ରେନ୍ କାମ ପାଇଁ ପଟ୍ଟାପୋଲ, ରାଉସାପାଟଣା, ମେରିଆବଜାର, ସାଆନ୍ତସାହି, କେଶରପୁର, ସୂତାହାଟ ଭଳି ଅଞ୍ଚଳରେ ସାଂଘାତିକ ଅବସ୍ଥା...ସହରର ବଡ଼ ଡ୍ରେନ୍ ଏମଏସଡବ୍ଲୁ ୱାନ୍ ବ୍ଲକ୍ ହେବା ସହ, ଜଳ ନିଷ୍କାସନ ସମସ୍ୟାରୁ ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି।...ଯେଉଁ ପାଣିକୁ ଦେଖିଲେ ନାକ ଟେକି ହେଇ ଯାଇଛି, ସେଇ ପୁତିଗନ୍ଧମୟ ପାଣିରେ ଘାଣ୍ଟି ହେଉଛନ୍ତି କଟକ ବାସିନ୍ଦା।

ତେବେ ବାହାଘର ବେଳେ ବାଇଗଣ ରୁଆ ଭଳି, ଏବେ ଜେସିବି ସାହାଯ୍ୟରେ ନାଳରୁ ଅଳିଆ କଢ଼ା ଚାଲିଛି।...ହେଲେ ଛୋଟିଆ ବର୍ଷାରେ ଲୋକଙ୍କ ଘରେ ନର୍ଦ୍ଦମା ପାଣି ଲହଡ଼ି ମାରୁଥିଲା ବେଳେ ଜିଲ୍ଲାପାଳ କିନ୍ତୁ କହିଛନ୍ତି ସେମିତି କିଛି ଅସୁବିଧାର ଖବର ନାହିଁ।... କେବଳ କଟକ ନୁହେଁ, ଜଳ ନିଷ୍କାସନ ସମସ୍ୟାରୁ ରାଜ୍ୟର ବିଭିନ୍ନ ସହରବାସୀ ବି ଜୁଝୁଛନ୍ତି କୃତ୍ରିମ ବନ୍ୟା ପରିସ୍ଥିତି ସହ। କେଉଁଠି ହସପିଟାଲରେ ପାଣି ତ କେଉଁଠି ସ୍କୁଲ ଘରେ ତ ପୁଣି କେଉଁଠି ବ୍ଲକ୍ ଅଫିସ ଭିତରେ।..

Advertisment

ଭଦ୍ରକ ସହରର। କାଲି ରାତିରୁ ତୁହାକୁ ତୁହା ବର୍ଷା ଫଳରେ ସହର ସାରା ଜଳାର୍ଣ୍ଣବ ହୋଇ ପଡ଼ିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଉଟଡୋରରେ ପାଣି ପଶିବାରୁ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି ରୋଗୀ। ସେହିପରି ଡ୍ରେନେଜ୍ ସମସ୍ୟା ପାଇଁ ସହରର ଅନେକ ୱାର୍ଡରେ ଡ୍ରେନ୍ ଉଛୁଳି ଘରେ ପାଣି ପଶିଯାଇଛି। ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି। ସହରର ପୁରାତନ ଲୋକନାଥ ମନ୍ଦିରରେ ବି ବର୍ଷା ପାଣି ପଶିଯାଇଛି।...

ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରରେ ବିଡିଓଙ୍କ ଅଫିସ, ମୋ ସରକାର କକ୍ଷ, ଜିପିଓ ଅଫିସ..ସବୁଠି ପାଣି ଲହଡ଼ି ଭାଙ୍ଗୁଛି।...ସେହିପରି ଝାରସୁଗୁଡ଼ା ସହରରେ ମଧ୍ୟ ପ୍ରବଳ ବର୍ଷାରୁ ବେହେରାମାଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ ପାଣି ପଶିଛି।

Advertisment

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଘୂର୍ଣ୍ଣିବଳୟ ସକ୍ରିୟ ଥିବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା ବେଳେ ଆଜି ସକାଳ ସାଢ଼େ 8ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପକ୍ଷେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବାରୁ, ଏହା ଲଘୁଚାପର ରୂପ ନେଲେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।...

ସେପଟେ ଆସନ୍ତା ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ବନ୍ୟା ସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ଲୋକଙ୍କୁ ସ୍ଥାନାନ୍ତର ସାଙ୍ଗକୁ ପମ୍ପ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।...

Heavy Rain Water Logging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: