Advertisment

କଟକ ଓ ଭୁବନେଶ୍ୱରବାସୀଙ୍କୁ ଆଲର୍ଟ, କାମ ନଥିଲେ ବାହାରନ୍ତୁ ନାହିଁ

ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। କାମ ନଥିଲେ ଘର ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Alert To Twin City

Alert To Twin City

Advertisment

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। ଜଳବନ୍ଦୀ ସମସ୍ୟା ପୂର୍ବରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

କାମ ନଥିଲେ ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମ୍ୟାନ୍‌ହୋଲ୍, ବିଦ୍ୟୁତ୍‌ ତାର ଆଦି ଦେଖି ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର

Advertisment

ସେହିପରି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସୋନପୁର ଭଳି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

Rain In Odisha Heavy Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ