ଉବୁଟୁବୁ ମୁମ୍ବାଇ
ପ୍ରବଳ ବର୍ଷା ପାଣିରେ ଉବୁଟୁବୁ ମୁମ୍ବାଇ ସହର । ବାନ୍ଦ୍ରା ବସ୍ଷ୍ଟାଣ୍ଡ ସମେତ ଥାନେ, ରତ୍ନଗିରି, କୋହ୍ଲାପୁର, ନାସିକ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଆଦି ସ୍ଥାନରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ମୌସୁମୀ ବାୟୁ ମହାରାଷ୍ଟ୍ର ଛୁଇଁବା ପରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ତଳିଆ ଅଞ୍ଚଳରେ ପାଣି ପଶିଛି । ସହରର ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତରେ ବାଧା ଉପୁଜିଛି । ଟ୍ରେନ ଚଳାଚଳ ସହ ଟ୍ରାଫିକ ପରିଚାଳନାରେ ବାଧା ଉପୁଜିଛି।
ଅଧିକ ପଢ଼ନ୍ତୁ: ୭ ଦିନ ପ୍ରବଳ ବର୍ଷା ! ବାତ୍ୟା ନେଇ ଏମିତି କହିଲା ପାଣିପାଗ ବିଭାଗ
ସୂଚନା ଅନୁସାରେ, ଗତ ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ମୌସୁମୀ ମେ’ ମାସରେ ଆସିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ ୧୯୯୦ ମସିହାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୨୦ରେ ମହାରାଷ୍ଟ୍ରରେ ପ୍ରବେଶ କରିଥିଲା । ତେବେ ଏହାପରେ ଚଳିତ ବର୍ଷ ମହାରାଷ୍ଟ୍ରରେ ୧୨ ଦିନ ପୂର୍ବରୁ ମୌସୁମୀ ବାୟୁ ପହଞ୍ଚିଛି । ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳ ପାଇଁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏମିତିକି କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ ବୋଲି ସତର୍କ କରାଯାଇଛି। ମେ ୨୫ ତାରିଖ ରାତି ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ମୁମ୍ବାଇରେ ୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏଥର ମହାରାଷ୍ଟ୍ରରେ ୧୦ ଦିନ ପୂର୍ବରୁ ମୌସୁମୀ ବାୟୁ ପହଞ୍ଚିଥିବା କୁହାଯାଉଛି।
ସେପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ଏବଂ MHADA ସହରରେ ଏପରି ୯୬ଟି କୋଠା ଚିହ୍ନଟ କରିଛନ୍ତି ଯାହାକୁ ବର୍ଷା ଋତୁରେ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ରହୁଥିବା ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748243825.jpg)