Advertisment

ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।

ଅଦ୍ୟତନ ହୋଇଛି
Rain Alert To 13 Districts Of Odisha

Rain Alert To 13 Districts Of Odisha

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।ଆଗାମୀ ୩ ଘଣ୍ଟା ପାଇଁ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଏହିସବୁ ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି ଓ ଗଞ୍ଜାମ। ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ବାତ୍ୟାର ସେଭଳି କୌଣସି ସୂଚନା ନଥିବା ଆଇଏମ୍‌ଡି ଡିଜି କହିଛନ୍ତି। ସେପଟେ ବର୍ଷାକୁ ଦେଖି ପୂର୍ବ ପ୍ରସ୍ତୁତି କରିଛି ବିଏମ୍‌ସି। ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ସେହିପରି ମୁକାବିଲା ପାଇଁ ସ୍ୱତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।

Advertisment
Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ