Advertisment

ଆଜି ରାତିରୁ ବଦଳିବ ପାଗ ! ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ।

ଅଦ୍ୟତନ ହୋଇଛି
Rain Alert

Rain Alert

Advertisment

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Advertisment

୧୦ ତାରିଖରେ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ଆସନ୍ତା କାଲି ସକାଳେ ମଧ୍ୟ କୁହୁଡ଼ି ବଢ଼ିପାରେ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।   

ବର୍ତ୍ତମାନ ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା ହେବାକୁ ଥିବାବେଳେ ଆଜି ରାତିରୁ ଆଉ ଏକ  ସତେଜ ପଶ୍ଚିମା ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷେ, ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

Advertisment


Advertisment

— Meteorological Centre, Bhubaneswar (@mcbbsr) February 7, 2022

Rain Alert Rain In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ