Advertisment

ଆଜିଠୁ କମିବ ବର୍ଷା ! ଆଗାମୀ ୪ରୁ ୫ ଦିନ ଯାଏ ବର୍ଷାର ସମ୍ଭାବନା ନାହିଁ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି।

Rain activities to decrease in Odisha from today

Rain activities to decrease in Odisha from today

Advertisment

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକ୍ରିୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ମୁହାଁ ହେଉଥିବାରୁ ବର୍ଷା କମିପାରେ।

Advertisment

ଆଗାମୀ ୪ରୁ ୫ ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ। ସେପଟେ ଆଜିଠାରୁ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅର୍ଥାତ୍‌ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଅନ୍ୟପକ୍ଷେ, କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଜିଲ୍ଲାରେ ତୁହାକୁ ତୁହା ବର୍ଷାରୁ ଛୋଟ ବଡ଼ ନଦୀ ଗୁଡ଼ିକ ଫୁଲି ଚାଲିଛି। ସାଲୁଙ୍କି ନଦୀର ଜଳସ୍ତର ମଧ୍ୟ ବଢ଼ିଛି। ଫୁଲବାଣୀ ସହର ନଦିଖଣ୍ଡିସାହିରୁ ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ୩ରୁ ୪ ଫୁଟ ପାଣି ଚାଲୁଛି।  ଫଳରେ ଡାକପାଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପାଣି ବଢୁଥିବାରୁ ଫୁଲବାଣୀ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ବର୍ଷାକୁ ନେଇ ସହରବାସୀ ଭୟଭୀତ ହୋଇଛନ୍ତି। କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯଦି ବଡ଼ ବର୍ଷା ହୁଏ, ତା’ହେଲେ ପୁଣିଥରେ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ଆଶଙ୍କା ରହିଛି। 

Advertisment
Rain In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ