Advertisment

ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ, ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

ପୁରୀରେ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି।

ଅଦ୍ୟତନ ହୋଇଛି
Puri Bada Danda Waterlogged In Rain

Bada Danda

Advertisment

ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୁଟେ ଉଚ୍ଚର ପାଣି; ପଡ଼ିଗଲେ ପର୍ଯ୍ୟଟକ...

ଏପଟେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ ହୋଇଛି । ପ୍ରବଳ ବର୍ଷା ଓ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ବାଲେଶ୍ବର ନୀଳଗିରି ସ୍ଥିତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଝରଣା ପାଣିର ସ୍ରୋତ ବହୁ ପ୍ରଖର ଥିବାରୁ ପଞ୍ଚଲିଙ୍ଗ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତ ଦର୍ଶନ କରିନପାରିବାରୁ ନିରାଶ ହୋଇଛନ୍ତି ।

Advertisment

 

ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ବର ଓ କଟକରେ ସକାଳୁ ବର୍ଷା ଜାରି ରହିଛି । ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।  ସେପଟେ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଭୁବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ ଓ ଗଂଜାମ ।

Advertisment

ଅଧିକ ପଢ଼ନ୍ତୁ: ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

Puri Srimandir Heavy Rainfall Waterlogging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ