Advertisment

ଓଡ଼ିଶାକୁ ବାତ୍ୟା ଭୟ ନାହିଁ; ଉତ୍ତର ଉପକୂଳରେ ହାଲୁକା ବର୍ଷା

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି।

ଅଦ୍ୟତନ ହୋଇଛି
Cyclone Warning

Cyclone Warning

Advertisment

ଓଡ଼ିଶାକୁ ବାତ୍ୟା ଭୟ ନାହିଁ। କେବଳ ଯାହା ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

Advertisment

ସେ ଆହୁରି କହିଛନ୍ତି ଯେ, ଏବେ ଯେଉଁ ଘୂର୍ଣ୍ଣିବଳୟ ଅଛି, ତାହା ଆଜି ରାତିରେ ବାତ୍ୟାର ରୂପ ନେବ। ଏବେ ତାହା ପାରାଦୀପରୁ ୪୦୦ କିଲୋମଟର ଦୂରରେ ଅଛି। ଘନୀଭୂତ ହୋଇ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭାବ୍ୟ ବାତ୍ୟାକୁ ଦେଖି ପୁରୀ ସିଗ୍ନାଲ ପୋର୍ଟ ସମେତ ପାରାଦୀପ ଏବଂ ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ SRC ସତର୍କତା ସୂଚନା ଜାରି କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, କୃଷି ଓ ଜଳସମ୍ପଦ ବିଭାଗ ସଚିବ ଓ ସବୁ RDCଙ୍କୁ ସତର୍କ କରାଇଛନ୍ତି ଏସଆରସି । ଏଥିସହ ପୌରାଞ୍ଚଳ ପ୍ରଶାସକ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି ।

Advertisment

ସେହିପରି କୋରାପୁଟ, ମାଲକାନଗିରିରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଣୁ କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପାରଦୀପରେ ଆରମ୍ଭ ହୋଇଗଲାଣି ବର୍ଷା। ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା କିଛି ମତ୍ସ୍ୟଜୀବୀ ଫେରିଆସିଥିବା ବେଳେ ଆଉ କିଛି ସମୁଦ୍ର ମଧ୍ୟରେ ରହିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣବାକୁ ପ୍ରଶାସନ ଯୋଗାଯୋଗ କରୁଛି ।

Advertisment
Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ