Advertisment

ଏଥର ବାତ୍ୟା ନେଇପାରେ ମହାବାତ୍ୟାର ରୂପ ! ହେଲେ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।

ଅଦ୍ୟତନ ହୋଇଛି
Cyclone Sitrang

Cyclone Sitrang

Advertisment

ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ବାତ୍ୟା ରୂପ ନେଲେ ଏହାର ନାଁ ରହିବ ସିତ୍ରାଙ୍ଗ । ଏଥର ଥାଇଲାଣ୍ଡ ଏହି ବାତ୍ୟାର ନାମକରଣ କରିଛି । ଆସନ୍ତା ୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରେ ଏହା ସମ୍ଭାବ୍ୟ ବାତ୍ୟା ରୂପ ନେବା ଅନୁମାନ କରୁଛି IMD । ଚଳିତ ବର୍ଷରେ ମୌସୁମୀ ଅପସାରଣ ପରବର୍ତ୍ତୀ ଏହା ପ୍ରଥମ ବାତ୍ୟା ହେବ । ୨୦୧୮ ପରେ ଅକ୍ଟୋବର ମାସରେ ମଧ୍ୟ ପ୍ରଥମ ଥର ବାତ୍ୟା ହେବାକୁ ଯାଉଛି । ସେହିଭଳି ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।

Advertisment

ତେବେ ବହୁ ପୂର୍ବରୁ କାନାଡାର Saskatchewan ୟୁନିଭର୍ସିଟିରେ ପାଣିପାଗ ଓ ଜଳବାୟୁ ଉପରେ ରିସର୍ଚ୍ଚ କରୁଥିବା ଜଣେ ପିଏଚ୍‌ଡି ଗବେଷକ ସୂଚନା ଦେଇଥିଲେ ଯେ, ‘ଅକ୍ଟୋବର ୧୭ ତାରିଖରେ ଏକ ଡିପ୍ରେସନ ସୃଷ୍ଟି ହେବାର ସମ୍ଭାବନା ରହିଥିଲା । ଯାହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇପାରେ । ସୋମବାର (ଅକ୍ଟୋବର ୧୦) ଦିନ ସେ ଏହି ସୂଚନା ଦେଇଥିଲେ । ଯଦି ଏହା ବାତ୍ୟାରେ ପରିଣତ ହୁଏ ତା’ହେଲେ ଏହାର ନାଁ ‘ସିତ୍ରାଙ୍ଗ(Sitrang)’ ରଖାଯାଇପାରେ ବୋଲି ସେ କହିଥିଲେ । 

The Business Standard ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କିଛିଦିନ ପୂର୍ବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଥିଲା । ସେହି ସମୟରେ ଜଣାପଡ଼ିଥିଲା, ବାଂଲାଦେଶ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡ୍‌ଫଲ୍‌ କରିପାରେ । ତେବେ ରବିବାର ଦିନ ହୋଇଥିବା ପୂର୍ବାନୁମାନ ଅନୁସାରେ, ଏହା ଆନ୍ଧପ୍ରଦେଶ ଉପୂକଳରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ । 

Advertisment

ସମ୍ପୃକ୍ତ ପିଏଚ୍‌ଡି ଗବେଷକ The Business Standard କୁ ସୂଚନା ଦେଇ କହିଥିଲେ ଯେ, ‘ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳର କୌଣସି ସ୍ଥାନରେ ଏହି ଶକ୍ତିଶାଳୀ ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିପାରେ ।’ GFSର ଆକଳନ ଅନୁସାରେ, ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟା(Super Cyclone)ରେ ପରିଣତ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କି.ମି.ରୁ ୨୫୦ କି.ମି. ହୋଇପାରେ । ଉପକୂଳ ଅଞ୍ଚଳରେ ବଡ଼ ଜୁଆର ଆସିପାରେ । ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବ ସେଠାରେ ସମୁଦ୍ରରେ ୧୫-୨୦ ଫୁଟ୍‌ ଉଚ୍ଚ ଜୁଆର ଆସିପାରେ । 

Cyclone Heavy Rain Land Fall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ