Advertisment

ବାତ୍ୟାପ୍ରବଣ ମେ’ ମାସ ପାଇଁ ଆଲର୍ଟରେ ଓଡ଼ିଶା ସରକାର: ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Cyclone Alert In Odisha

Possibility of cyclone in odisha

Advertisment

ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ SRC ସତ୍ୟବ୍ରତ ସାହୁ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି।

Advertisment

ପ୍ରେସ୍‌ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି, ‘ପୂର୍ବରୁ ମେ’ରେ ବାତ୍ୟା ହେଉଥିବାରୁ, ଆମେ ପ୍ରସ୍ତୁତି କରିଛୁ। ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି।’

‘NDRF, ଓଡ୍ରାଫ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି। ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା କୁହାଯାଇଛି। ପରବର୍ତ୍ତୀ ଅବସ୍ଥା କ’ଣ ହେବ ପାଣିପାଗ ବିଭାଗ ଆକଳନ କରିବ। ଆମେ ପ୍ରସ୍ତୁତ ରହିଛୁ, ଯଦି କିଛି ବି ହୁଏ, ଆମେ ମୁକାବିଲା କରିପାରିବୁ’ ବୋଲି SRC କହିଛନ୍ତି।

Advertisment
Cyclones Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ