Govt to provide free sanitary napkins to flood-hit victims in Odisha
ଓଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି।
ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବଣ୍ଟାଯିବ। ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଓଟିଭି ଖବର ପ୍ରସାରଣ ହୋଇଥିଲା। ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଓଟିଭି ଦେଖାଇଥିଲା। ଗୋଳିପାଣି ପାର୍ ହୋଇ ପୁରୀ ଗୋପ ଅଞ୍ଚଳରେ ଓଟିଭି ସ୍ଥିତି ପରଖିଥିଲା।
ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ନଥିଲା ସାନିଟାରୀ ପ୍ୟାଡ୍। ଏଭଳି ସ୍ଥିତିରେ କାହାକୁ କହିବେ, କାହାକୁ ଜଣାଇବେ, ଘାରିଥିଲା ଲୋକଲଜ୍ଜା ଭୟ। ଫଳରେ ମହିଳାମାନେ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ। ଏଣୁ ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡ୍କୁ ଅନ୍ତର୍ଭୁକ୍ତ କରିବାକୁ ସମସ୍ତେ ଦାବି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661136585.jpg)