monsoon
ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଅର୍ଥାତ୍ ଜୁନ୍ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ (monsoon) ବାୟୁ ଶୀଘ୍ର କେରଳ ଛୁଇଁବ । ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି । ଜୁନ୍ ୧ ବଦଳରେ ସାମାନ୍ୟ ବିଳମ୍ବରେ ତଥା ୪ରେ କେରଳ ଛୁଇଁବ ମୌସୁମୀ ।
ସାଧାରଣତଃ କେରଳ ଛୁଇଁବାର ଏକ ସପ୍ତାହ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ଫଳରେ ମୌସୁମୀ ଜୁନ୍ ୧୩ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି । ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ ।
ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରିଥିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/monsoon_1684233063.jpg)