Advertisment

Cyclone Dana: ମାଡ଼ି ଆସୁଛି 'ଦାନା', ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।

Cyclone

Cyclone

Advertisment

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି।

Advertisment

ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍ ବାତିଲ କରାଯାଇଛି। ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ଅନେକ ଦୂରଗାମୀ ଟ୍ରେନ୍ ଏବଂ ଲୋକାଲ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି।

ସେହିପରି ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିବ ବିମାନ ଚଳାଚଳ । ଆଜି ଅପରାହ୍ନ ୫ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ।ଏହିଛଡା ଆଜି ସଂଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କୋଲକାତା ବିମାନ ବନ୍ଦରକୁ ମଧ୍ୟ ବନ୍ଦ ରଖାଯିବ ।

Advertisment

ବାତ୍ୟା ଦାନା ପାଇଁ ବାଲେଶ୍ବର ରେଡ୍ ଜୋନ୍ ରେ ରହିଛି। ବାଲେଶ୍ବର ମ୍ୟୁନିସିପାଲଟି ତରଫରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ୨୮ ନମ୍ବର ୱାର୍ଡ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ମ୍ୟୁନିସିପାଲଟି ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବାତ୍ୟା ପାଇଁ ରେଳ ବିଭାଗ ସଜାଗ । ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମିପୁନଃଉଦ୍ଧାର ପାଇଁ ତୟାର ରେଳ ବିଭାଗ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି ।

ସମସ୍ତଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ହେଲପଡେସ୍କ ଖୋଲାଯାଇଛି । ପୁରୀ ପାଇଁ 89261_00356,ଖୋର୍ଦ୍ଧାରୋଡ ଲାଗି 8926_100215, ଭୁବନେଶ୍ବର 81143_82371, କଟକ- 81143_82359,ପାରାଦୀପ-81143_88302, ଯାଜପୁର କେନ୍ଦୁଝରରୋଡ- 8114382342, ଭଦ୍ରକ ପାଇଁ 8114382301 ନମ୍ବର ଜାରି ହୋଇଛି ।

Advertisment
Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ