Advertisment

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ଟି ସହରର ତାପମାତ୍ରା

ରାଜ୍ୟରେ ବଢ଼ିଚାଲିଛି ଗ୍ରୀଷ୍ଣ ପ୍ରଭାବ । ଓଡ଼ିଶାର ୯ଟି ସହରେ ସର୍ବାଧିକ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

ଅଦ୍ୟତନ ହୋଇଛି
undefined

Odisha Latest Weather Update |

Advertisment

ରାଜ୍ୟରେ ବଢ଼ିଚାଲିଛି ଗ୍ରୀଷ୍ଣ ପ୍ରଭାବ । ଓଡ଼ିଶାର ୯ଟି ସହରେ ସର୍ବାଧିକ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ସେଗୁଡିକ ମଧ୍ୟରୁ ବଲାଙ୍ଗିରରେ ୪୨.୬ ଡିଗ୍ରୀ ସେଲ୍‌ସିୟସ , ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ , ବୌଦ୍ଧରେ ୪୨.୦ ଡିଗ୍ରୀ , ବରଗଡ ଅମ୍ୱାବନାରେ ୪୧.୭ ଡିଗ୍ରୀ ,ଝାରସୁଗୁଡାରେ ୪୦.୮ ଡିଗ୍ରୀ , ଭବାନିପାଟନାରେ ୪୦.୬ ଡିଗ୍ରୀ, ସୁନ୍ଦରଗଡରେ ୪୦.୫ ଡିଗ୍ରୀ, ସମ୍ୱଲପୁରରେ ୪୦.୧ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି ।

Advertisment

ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ଟିଟିଲାଗଡରେ ପାରଦ ୪୩ ଡିଗ୍ରୀ ଛୁଇଁଥିବାବେଳେ ଦିନକୁ ଦିନ ଟିଟିଲାଗଡ ତାପମାତ୍ରା ବଢୁଥିବାରୁ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ । ଦିନକୁ ଦିନ ତାତି ବଢୁଥିବା ବେଳେ ଟିଟିଲାଗଡ଼ ସହରରେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ