Advertisment

Weather Update: ଲାଗି ରହିବ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ନେଇ ମଧ୍ୟ ଚେତାବନୀ ଜାରି ହୋଇଛି ।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା । ଏନେଇ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ଏଥିସହ ବିଜୁଳି ଘଡ଼ଘଡ଼ି ନେଇ ଚେତାବନୀ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ଏହି ୫ ଜିଲ୍ଲା ହେଲା ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା । ଏସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ବିଜୁଳି ଘଡ଼ଘଡ଼ି ନେଇ ମଧ୍ୟ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ବର୍ଷା । ସକ୍ରିୟ ଲଘୁଚାପ ପ୍ରଭାବରେ ଆହୁରି ବର୍ଷା ହେବା ନେଇ ବିଭାଗ ଆକଳନ କରିଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । 

Advertisment

ଅଧିକ ପଢନ୍ତୁ: ସାରା ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

IMD Forecast Odisha Weather Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ