Odisha shivers as mercury drops below 10 degrees
ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍ ବଢ଼ିଲା ଶୀତ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ସପ୍ତାହେ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ ।
ସର୍ବନିମ୍ନ ତାପମାତ୍ରା ବି ୪-୫ ଦିନ ଯାଏ ବିଶେଷ ବଦଳିବା ସମ୍ଭାବନା ନାହିଁ । କେବଳ ରାୟଗଡ଼ା ଓ ପାରଳାଖେମୁଣ୍ଡି ସହ ଅଳ୍ପ କିଛି ଉପକୂଳବର୍ତ୍ତୀ ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତାଠୁ କମ୍ ରହିବ ।
କିଛି ସ୍ଥାନରେ ଏହା ୧୦ ଡିଗ୍ରୀ ତଳକୁ ବି ଖସିବାର ସମ୍ଭାବନା ରହିଛି । ଗତକାଲି ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ରେକର୍ଡ କରାଯାଇଥିଲା । କେନ୍ଦୁଝର ଓ କିରେଇରେ ୯.୪, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702436376.jpg)