Advertisment

ଫୁଲୁଛି ଜଳକା: ୭ ପଞ୍ଚାୟତ ପାଇଁ ବଢୁଛି ବିପଦ

ଲଗାତର ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଆହୁରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
undefined

Jalaka River

Advertisment

ଫୁଲୁଛି ଜଳକା ନଦୀ। ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଟପିଛି। ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବାବେଳେ ଜଳକା ଏବେ ୬.୨୮ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଜଳକା ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ମୋରୋଡା, ରାସଗୋବିନ୍ଦପୁର, ଶୁଲିଆପଦା ଇତ୍ୟାଦି ଅଞ୍ଚଳରେ ବର୍ଷା ହୋଥିବାରୁ ବଢୁଛି ଜଳସ୍ତର।

Advertisment

ଲଗାତର ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଆହୁରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଭଳି ସ୍ଥଳରେ ଜଳକା ନଦୀର ଜଳସ୍ତର ୬. ୭ ମିଟର ଉପରେ ପ୍ରବାହିତ ହେଲେ ବନ୍ୟା ଆଶଂକା ରହିଛି। 

ବନ୍ୟା ସ୍ଥିତି ସୃଷ୍ଟି ହେଲେ ବସ୍ତା ବ୍ଳକର ୭ ପଂଚାୟତ ମଥାନି, ବାହାର୍ଦା,ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ, ଚକୁରାଇ, ଦରିଡା, ଗଡ଼ିପଦା, ରାଉତପଡା ସମେତ ସଦର ବ୍ଲକର ୨ ପଞ୍ଚାୟତ ପ୍ରଭାବିତ ହେବାର ଅନୁମାନ କରାଯାଉଛି। ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି  ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ବାଲିବସ୍ତା ରଖାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ