ପାଣିପାଗ ବିଭାଗର ସତର୍କ ସୂଚନା; ଆଜିଠୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ ।

ଆଜିଠୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ । ଆଜି ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ଓ୍ୱାର୍ଣ୍ଣିଂ ଜାରି କରିଛି । ଏଥି ପାଇଁ ଆବଶ୍ୟକ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

ଅନ୍ୟପକ୍ଷେ, ପ୍ରବଳ ତାତିରେ ଶିଝୁଛି ସାରା ଓଡ଼ିଶା । ଆଜିବି ଗ୍ରୀଷ୍ମ ଲହରୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆଗାମୀ ଦୁଇ ଦିନ ଯାଏଁ ଦିନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି । 

ଗତକାଲି ରାଜ୍ୟ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ୪୪.୪ ଡିଗ୍ରୀ ସେଲସିୟସ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିଭଳି ବଲାଙ୍ଗିରରେ ୪୪.୩ ଡିଗ୍ରୀ ତାପମାତ୍ରା ଥିଲା ଯାହା ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବୌଦ୍ଧ, ଟିଟିଲାଗଡ଼, ଅନୁଗୁଳରେ ପାରଦ ୪୩ ଡିଗ୍ରୀ ପାର କରିଛି ।