Odisha likely to experience below-normal rainfall this monsoon season: IMD
ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ । ଏହାସହ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବିଶେଷ ଭାବେ କେନ୍ଦ୍ର ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କମ୍ ବର୍ଷା ହେବା ସମ୍ଭାବନା ରହିଛି ।ଏବେ ମୌସୁମୀ କେରଳ ସଂପୂର୍ଣ୍ଣ ଭାବେ ଛୁଇଁ ସାରିଲାଣି । କର୍ଣ୍ଣାଟକ, ଆସାମ,ମେଘାଳୟରେ ମୌସୁମୀ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ହେଲେ ଏହି ବର୍ଷ ମଧ୍ୟ ସେହିପରି ହୋଇପାରେ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653984521.jpg)