Weather Update
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ଣର ତାଉ । ଏହାରି ମଧ୍ୟରେ ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଂଜ ସହ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ହେଲେ ଅନ୍ୟ ସବୁ ଜିଲ୍ଲାରେ ପାଗ ପ୍ରାୟ ଶୁଖିଲା ରହିବାରସମ୍ଭାବନା ରହିଛି । ଏହାସହ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ସତ୍ତ୍ୱେ ଆଜି ବି ରାଜ୍ୟରେ ଅଧିକ ଖରା ସହ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଯାହା ଫଳରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ।
ସେହିପରି, ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧. ୬ ଡିଗ୍ରୀ ରେକର୍ଡ ହୋଇଥିବାରୁ ଟିଟିଲାଗଡ଼ ସବୁଠାରୁ ତତଲା ସହର ପାଲଟିଥିଲା । କେବଳ ଟିଟିଲାଗଡ଼ ନୁହେଁ ଗତକାଲି ରାଜ୍ୟର ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649035582.jpg)