Advertisment

ଆସନ୍ତା ୬ ତାରିଖରେ ଲଘୁଚାପ ଥୟ, ହେଲେ ବାତ୍ୟା?

ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି।

undefined

Odisha is worried about the storm

Advertisment

ଅକ୍ଟୋବର ଭଳି ବାତ୍ୟାପ୍ରବଣ ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ, ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତା’ର ପ୍ରଭାବ କ’ଣ ରହିବ, କେଉଁଠି ଲ୍ୟାଣ୍ଡ୍‌ଫଲ୍ କରିବ, ସେଥିପାଇଁ ଆଉ ୩-୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା କହିଛନ୍ତି ଆଇଏମ୍‌ଡି ବୈଜ୍ଞାନିକ ଆର୍. କେ. ଜେନାମଣି।

Advertisment

ବାତ୍ୟା ଶଙ୍କା ଭିତରେ ଇନ୍‌କୋଇସ୍ ବା ଇଣ୍ଡିଆନ୍ ନାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍ ଇନ୍‌ଫର୍ମେସନ୍ ସର୍ଭିସ୍ ଓ ଓ୍ୱିଣ୍ଡି ଭଳି କିଛି ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ସଂକେତ ଦେଉଛି। ଏପରିକି ଇନ୍‌କୋଇସ୍‌ର ମଡେଲ୍ ଆସନ୍ତା ୯ ତାରିଖ ବେଳକୁ ବାତ୍ୟା ଉତ୍ତର ବାଲେଶ୍ୱରରେ ଲ୍ୟାଣ୍ଡ୍‌ ଫଲ୍ କରିବାର ସମ୍ଭାବନାକୁ ଦର୍ଶାଉଥିଲା ବେଳେ, ଓ୍ୱିଣ୍ଡିର ମଡେଲ୍ କହୁଛି ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ବେଳକୁ ପାରାଦୀପରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ।

ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବର୍ତ୍ତମାନ ଯେଉଁ ମଡେଲ୍ ଦେଖାଉଛି ସେ ଅନୁଯାୟୀ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ। ତେବେ ଆଗକୁ ଏଥିରେ ପରିବର୍ତ୍ତନ ବି ହୋଇପାରେ। ତେଣୁ ସେଥିପାଇଁ ୫ କିମ୍ବା ୬ ତାରିଖ ବେଳକୁ ହିଁ ଚିତ୍ର ସ୍ପଷ୍ଟ ହେବ।

Advertisment

ଏପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କିନ୍ତୁ ସଜାଗ ହେଲାଣି ପ୍ରଶାସନ। ପୂର୍ବରୁ ଫନିର କରାଳରୂପ ଦେଖିଥିବା ଭୁବନେଶ୍ୱରରେ ବିଏମ୍‌ସିର ପ୍ରାଥମିକ ପ୍ରସ୍ତୁତି ବୈଠକ ମେୟରଙ୍କ ଉପସ୍ଥିତିରେ ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗ ସହ ବିଏମ୍‌ସି ଅଧିକାରୀଙ୍କ ଆଲୋଚନା ବୈଠକରେ ସମ୍ଭାବ୍ୟ ବାତ୍ୟା ସ୍ଥିତି ବେଳେ ଲୋକଙ୍କ ସୁରକ୍ଷାଠୁ ନେଇ ଡ୍ରେନେଜ୍, ସ୍ୱରେଜ୍, ଜଳବନ୍ଦୀ ସମସ୍ୟା, ବିଦ୍ୟୁତ୍ ଯୋଗାଣ, ରାସ୍ତା ସଫେଇ ଭଳି ବିଭନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି।

Odisha News Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ