Advertisment

ବର୍ଷା ପରେ ଉପରମୁହାଁ ପାରଦ; ମାର୍ଚ୍ଚ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ !

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିଲା ତାତି। ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Hot Wave

Hot Wave

Advertisment

ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି। ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ।

Advertisment

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିଲା ତାତି। ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ। ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ।

ରାଜ୍ୟର ୯ଟି ସହରରେ ୨୭ ଡିଗ୍ରୀ ତଳେ ପାରଦ ଥିବା ବେଳେ ୨୮ ସହରରେ ୩୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିଲା। ଏହି ସବୁ ସ୍ଥାନରେ ସ୍ୱାଭାବିକଠାରୁ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା କମ ଥିବା ବେଳେ ଆଜିଠାରୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment
Weather News Hot Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ