Advertisment

ବିପଦ ଟଳିଛି ହେଲେ ଦୁର୍ଦ୍ଦଶା କମିନି: ତଳେ ବର୍ଷା ପାଣି, ଆଉ ଉପରେ ଦାଉ ସାଧୁଛି ପ୍ରକୃତି

ବନ୍ୟା ପାଣିରେ ବୁଡ଼ି ରହିଛି ଘର, ଗାଁରେ ସୁଅ କାଟୁଛି ପାଣି।ଜୀବନକୁ ଯେନତେନ ପ୍ରକାରେ ଲୋକ ବଞ୍ଚାଇ ଦେଇଛନ୍ତି ହେଲେ ଏବେ କେମିତି ଚଳିବେ ସେନେଇ ଚିନ୍ତା ଘାରିଛି।

ଅଦ୍ୟତନ ହୋଇଛି
Flood situation remains grim in low-lying areas of Balasore

Flood situation remains grim in low-lying areas of Balasore

Advertisment

ବଡ଼ ବନ୍ୟା ବିପଦ ସିନା ଟଳିଛି ହେଲେ ଦୁର୍ଦ୍ଦଶା କମିନି। ବନ୍ୟା ପାଣିରେ ବୁଡ଼ି ରହିଛି ଘର, ଗାଁରେ ସୁଅ କାଟୁଛି ପାଣି। ଜୀବନକୁ ଯେନତେନ ପ୍ରକାରେ ଲୋକ ଜୀବନ ବଞ୍ଚାଇ ଦେଇଛନ୍ତି ହେଲେ ଏବେ କେମିତି ଚଳିବେ ସେନେଇ ଚିନ୍ତା ଘାରିଛି। ତଳେ ବର୍ଷା ପାଣି ଆଉ ଉପରେ ଦାଉ ସାଧୁଛି ପ୍ରକୃତି।

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ଜରି ପାଲ ଟାଣି ବିପଦସଙ୍କୁଳ ଭାବେ ଲୋକେ ରହୁଛନ୍ତି। ଛୋଟ ଛୋଟ ପିଲାଙ୍କୁ ମଧ୍ୟ ମାଟି ଚଟାଣ ଉପରେ କପଡ଼ା ପକାଇ ଶୁଆଇବାକୁ ପଡ଼ୁଛି। ସରୀସୃପ, ଜୀବଜନ୍ତୁ ଭୟ ଥିଲେ ବି ଆଉ କ’ଣ ବା କରିବ ମଣିଷ ? ଏମାନଙ୍କ ପାଖରେ ନା ଅଛି କୌଣସି ଉପାୟ ନା ଅନ୍ୟ ରାସ୍ତା। ଏପରି ଅବସ୍ଥାରେ ଖାଇବା ପିଇବା କଥା ପଚାରେ କିଏ ?

ଚୁଡ଼ା, ଗୁଡ଼ ଯାହା ମିଳିଥିଲା ସେ ସବୁ ନିଅଣ୍ଟ କିମ୍ବା ସମୁଦ୍ରକୁ ଶଙ୍ଖେ। ରନ୍ଧା ଖାଦ୍ୟ ମିଳୁଛି ହେଲେ ଦିନକୁ ଥରେ। ଏମିତି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଶହେରୁ ଅଧିକ ବନ୍ୟା ବିପନ୍ନ ପରିବାର। ଅନ୍ୟପକ୍ଷେ, ଝାଡ଼ଖଣ୍ଡ ଗାଲୁଡିହ ଡ୍ୟାମ୍‌ରୁ ଜଳପ୍ରବାହ କମିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଖସୁଛି। ହେଲେ ବାଲେଶ୍ୱରର ତଳି ଅଞ୍ଚଳରେ ବନ୍ୟା ଆଜି ବି କରାଳ ରୂପ ଧରି ବହୁଛି।

Advertisment

୩ ଦିନ ଧରି ବୁଡ଼ିଥିବା ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର ୨୫୦ରୁ ଅଧିକ ଗାଁରେ ଏବେ ଦୟନୀୟ ସ୍ଥିତିରେ ରହିଛି। ଚୁଲି ଚାଳ ବୁଡ଼ିଥିବାରୁ କେଉଁଠି ଭୋକ ଉପାସରେ ବିପନ୍ନ ତ କେଉଁଠି ରାସ୍ତା ଉପରେ ଛିଡ଼ା ଜରି ପାଲ ତଳେ ବିତୁଛି ଜୀବନ। ବିଷ୍ଣୁପୁର ଠାରେ ୩୦ ଫୁଟ୍‌ର ଘାଇ ପରଠୁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର ୨୫୦ରୁ ଅଧିକ ଗାଁ ୩ ଦିନ ହେବ ପାଣିରେ ବୁଡ଼ିଛି। ଲୋକେ ଉଚ୍ଚା ଜାଗା ଦେଖି ନଦୀ ବନ୍ଧ ଏବଂ ରାସ୍ତାରେ ଆଶ୍ରୟ ନେଇଥିବା ବେଳେ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। 

Rain In Odisha Flood In Odisha Odisha Flood Odisha Flood Fury
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ