Advertisment

ଜୀବନ ବଞ୍ଚାଇବା ପାଇଁ ୩ ଘଣ୍ଟା ପାଣି ଭିତରେ ଗାଡ଼ି ଉପରେ ବସିଲେ, ଶେଷରେ...

ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା।

Car washed away in stream in Athagarh

Car washed away in stream in Athagarh

Advertisment

ମହାନଦୀରେ ଜଳସ୍ତର ବଢୁଥିବାରୁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ମଧ୍ୟ ଜଳମଗ୍ନ ହୋଇଛି।  ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଏକ କାର୍‌ ଭାସି ଯାଇଥିବା ବେଳେ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

Advertisment

ସୂଚନା ଅନୁସାରେ, ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡ଼ାରେ ପାଣିରେ କାର୍‌ଟି ଭାସି ଯାଇଥିଲା। ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା। ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ପାଣି ଭିତରେ କାର ଉପରେ ଗାଡ଼ିରେ ଥିବା ୪ ଜଣ ବସି ରହିଥିଲେ। 

ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବୋଟ୍ ନେଇ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। 

Advertisment
Rain In Odisha Odisha Flood Odisha Flood Fury Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ