Advertisment

ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ! ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ବହିବା ସମ୍ଭାବନା

ଆସନ୍ତା କିଛି ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଦ୍ୟତମ ସୂଚନା ଅନୁସାରେ ଏହା ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବ ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି ।

undefined

Odisha Cyclone Warning

Advertisment

ଭୁବନେଶ୍ୱର : ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ଆସନ୍ତା କିଛି ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଦ୍ୟତମ ସୂଚନା ଅନୁସାରେ ଏହା ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବ ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି । ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି ।

Advertisment

ଗଞ୍ଜାମର ଗୋପାଳପୁରରୁ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମରେ ଲ୍ୟାଣ୍ଡଫଲ୍ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବତ୍ୟା ପରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଉପୁଜିପାରେ ବୋଲି ସତର୍କ ସୂଚନା ଜାରି ହୋଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଆଜି ଓ ଆସନ୍ତାକାଲି ପାଇଁ ଜିଲ୍ଲାର ସମସ୍ତ ଅଭଫିସରଙ୍କ ଛୁଟି ବାତିଲ କରାଯାଇଛି । ଜରୁରୀ ପରିସ୍ଥିତିର ସାମନା କରିବା ପାଇଁ ହେଡକ୍ୱାର୍ଟରରେ ରହିବା ଲାଗି ସମସ୍ତ ଅଫିସଙ୍କୁ କୁହାଯାଇଛି । ବିନା ଅନୁମତିରେ କେହି ହେଡକ୍ୱାର୍ଟ ନ ଛାଡ଼ିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।

Advertisment

ସେପଟେ ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୫୫୪ ଜାରି ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନର ବୋହିବା ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖ ପଯର୍ୟନ୍ତ ସମୁଦ୍ରକୁ ନିଯିବା ଲାଗି ସତର୍କ ସୂଚନା ଜାରି ହୋଇଛି ।ପାଟ୍ରୋଲିଂ ଜାହାଜ ଏବଂ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କ ଉପରେ କଡା ନଜର ରଖିଛି ।

Advertisment
Odisha Weather Weather Update Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ