Advertisment

୭ ବର୍ଷ ପରେ ଗ୍ରୀଷ୍ମ ପ୍ରବାହରେ ରେକର୍ଡ, ସର୍ବାଧିକ ୧୬ ଦିନ ଅନୁଭୂତ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଜଳୁଛି ଓଡ଼ିଶା । ଖରା ଆରମ୍ଭରୁ ହିଁ ଅସ୍ତବ୍ୟସ୍ତ କରୁଛି ଗରମ ଏବଂ ଗୁଳୁଗୁଳି । ସେପଟେ ପାଣିପାଗ ବିଭାଗ କହୁଛି, ୨୦୧୬ ମସିହା ପରେ ଚଳିତବର୍ଷ ଏପ୍ରିଲ ମାସରେ ଲଗାତାର ସର୍ବାଧିକ ୧୬ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ।

Weather

Weather

Advertisment

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଜଳୁଛି ଓଡ଼ିଶା । ଖରା ଆରମ୍ଭରୁ ହିଁ ଅସ୍ତବ୍ୟସ୍ତ କରୁଛି ଗରମ ଏବଂ ଗୁଳୁଗୁଳି । ସେପଟେ ପାଣିପାଗ ବିଭାଗ କହୁଛି, ୨୦୧୬ ମସିହା ପରେ ଚଳିତବର୍ଷ ଏପ୍ରିଲ ମାସରେ ଲଗାତାର ସର୍ବାଧିକ ୧୬ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ।

Advertisment

ଓଡ଼ିଶାରେ ବଢୁଛି ଗ୍ରୀଷ୍ମ ପ୍ରବାହ । ଖରାଦିନ ଆରମ୍ଭରୁ ହିଁ ୪୫ ଡିଗ୍ରୀ ପାର କରିଛି ପାରା । ୭ ବର୍ଷ ପରେ ଚଳିତବର୍ଷ ଏପ୍ରିଲ ମାସରେ ସର୍ବାଧିକ ୧୮ ଦିନ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ । ଏପ୍ରିଲ ୫ ଏବଂ ୬ ତାରିଖରେ ପ୍ରଥମ ଅବଧିରେ ଦୁଇଦିନ ଏବଂ ଏପ୍ରିଲ ୧୫ରୁ ୩୦ଯାଏଁ ଲଗାତାର ୧୬ ଦିନ ରହିଥିଲା ଦ୍ୱିତୀୟ ଗ୍ରୀଷ୍ମ ପ୍ରବାହ ଅବଧି ।

ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା । କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ । ତେବେ କାହିଁକି ବଢୁଛି ଗ୍ରୀଷ୍ମପ୍ରବାହ ଦିନ ?

Advertisment

ଚଳିତ ବର୍ଷ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହକୁ ନେଇ ପରିବେଶବିତଙ୍କ ଭିନ୍ନ ମତ ରହିଛି । ଗ୍ରୀଷ୍ମଦିନରେ ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ, ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ନହେବା, ଆଣ୍ଟି ସାଇକ୍ଲୋନିକ ପ୍ରକ୍ରିୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରୁଥିବା ଉତ୍ତପ୍ତ ପବନ ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ହେବାର ପ୍ରମୁଖ କାରଣ ।

ସେପଟେ ମେ ମାସରେ ତାତିରେ ଲାଗିପାରେ ବ୍ରେକ । ବଦଳିବ ପାଗ । ଆସନ୍ତା ୫ତାରିଖ ପରଠାରୁ ପୂରା ରାଜ୍ୟରେ କମିବ ତାପମାତ୍ରା । ଓଡ଼ିଶା ଉପରିଭାଗରେ ଏକ ଟ୍ରାପ ଲାଇନ ସହ ବାୟୁର ଗତି ପରିବର୍ତ୍ତନ କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା କାରଣରୁ କମିବ ତାତି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

Weather Heat Wave Heat Wave Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ